ଡାକ୍ତରୀ ନାମଲେଖା ପାଇଁ ଆଜି ନିଟ୍ , ଅଫଲାଇନ ମୋଡ୍‌ରେ ଓଡିଆ ସମେତ ୧୩ଟି ଭାଷାରେ ପରୀକ୍ଷା

ଭୁବନେଶ୍ୱର- ଡାକ୍ତରୀ ନାମଲେଖା ପାଇଁ ଆଜି ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା –ଏନଇଇଟି ହେବ । ଅପରାହ୍ନ ୨ଟାରୁ ୫ଟା ଯାଏଁ ଅଫଲାଇନ ମୋଡ୍‌ରେ ହେବ ପରୀକ୍ଷା । ଓଡିଆ ସମେତ ୧୩ଟି ଭାଷାରେ ୨୦୨ଟି ସହରରେ ପରୀକ୍ଷା କରୁଛି ଏନଟିଏ । ଏମବିବିଏସ, ବିଡିଏସ୍ ଓ ବିଏଏମଏସ ଭଳି ଡାକ୍ତରୀ ନାମ ଲେଖା ପାଇଁ ପରୀକ୍ଷା ହେଉଛି । ରାଜ୍ୟର ୧୬ଟି ସହରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଭୁବନେଶ୍ୱରର ୧୬ଟି କେନ୍ଦ୍ରରେ ୧୦ହଜାର ୯୯୬ ପିଲା ପରୀକ୍ଷା ଦେବେ । କୋଭିଡ ଯୋଗୁଁ ଆଜି ୧୧ଟାରୁ ସାଢେ ଗୋଟାଏ ଭିତରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ।

Comments are closed.