ଅବପାତରେ ପରିଣତ ହେଲା ଲଘୁଚାପ, ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି, ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଅବପାତ ଆଜି ଓଡିଶା ଉପକୂଳ ଦେଇ ଗତି କରିବ । ଧୀରେ ଧୀରେ ଏହା ଉତ୍ତର ଓଡିଶା ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୧୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ଓ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।

ଲଘୁଚାପ ପ୍ରଭାବରେ ପୁରୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୨୯ ମିଲିମିିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୨୧୮ ଓ ଭୁବନେଶ୍ୱରରେ ୧୯୩ ମିଲିମିଟର ବର୍ଷା ହୋଇଛି । କଟକ ଓ ଭୁବନେଶ୍ୱର ପାଇଁ ଆଜି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୬ ଘଣ୍ଟା ମଧ୍ୟରେ ଦୁଇ ସହରରେ ପ୍ରବଳ ବର୍ଷା ହୋଇପାରେ । ଘଣ୍ଟାକୁ ୨ରୁ ୩ ସେମି ଯାଏଁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଟ୍ୱିନ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିିଛି । ଜଳ ନିଷ୍କାସନ ସହ ଯଥା ସମ୍ଭବ ବାହାରକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

Comments are closed.