ଶ୍ରୀଧାମ ବୃନ୍ଦାବନର ବିଶେଷ ଆକର୍ଷଣ ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ

ବହୁଳା ବନ ପରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ଥଳୀ ସକନା ଗ୍ରାମ, ଦକ୍ଷିଣୀ ଗ୍ରାମ, ବସତି ଗ୍ରାମ, ତୋଷ, ଅଡ଼ି, ମାଧୁରୀ କୁଣ୍ଡ, ମୁଖରାଇ ଓ ବିହାରବନ ଦର୍ଶନପରେ ପଡିଥାଏ ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ।

ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ : ବହୁଳା ବନ ଅନ୍ତର୍ଗତ ଶ୍ରୀରାଧାକୁଣ୍ଡ-ଶ୍ୟାମକୁଣ୍ଡ ଗୋବର୍ଦ୍ଧନ ଠାରୁ ତିନି ମାଇଲ ଉତ୍ତର ପୂର୍ବ କୋଣରେ ଆରିଟ ଗ୍ରାମରେ ଅବସ୍ଥିତ। ବୃନ୍ଦାବନ ଠାରୁ ପ୍ରାୟ ଚଉଦ ମାଇଲ ଦକ୍ଷିଣ- ପଶ୍ଚିମ ଦିଗରେ ରହିଛି ଏହି ପାବନ କୁଣ୍ଡ। କଥାବସ୍ତୁ ଆଧାରରେ ଭଗବାନ ଶ୍ରୀକୃଷ୍ଣ କଂସ ପ୍ରେରିତ ବୃଷଭାକାର ଅରିଷ୍ଟସୁରକୁ ବଦ୍ଧ କରି ଗୋ ହତ୍ୟା ଦୋଷରେ ଭାଗି ହେଲେ। ଏଥି ନିମନ୍ତେ ବୃଷଭାନୁ ନନ୍ଦିନୀ ଶ୍ରୀରାଧାରାଣୀ ସମସ୍ତ ତୀର୍ଥରେ ସ୍ନାନକରି ଏହି ଦୋଷ ରୁ ମୁକ୍ତ ହେବା ପାଇଁ ତାଙ୍କୁ ପରାମର୍ଶ ଦେଲେ। ତତକ୍ଷଣାତ ଭଗବାନ ଶ୍ରୀକୃଷ୍ଣ ସମସ୍ତ ତୀର୍ଥଙ୍କୁ ସେହି ସ୍ଥାନକୁ ଆବାହନ କଲେ। ତୀର୍ଥବୃନ୍ଦ ଏକତ୍ରିତ ହୋଇ ଏକ କୁଣ୍ଡ ସୃଷ୍ଟି କଲେ। ଭଗବାନ ଶ୍ରୀକୃଷ୍ଣ ସେହି କୁଣ୍ଡରେ ସ୍ନାନକରି ଗୋ ହତ୍ୟା ଦୋଷରୁ ନିସ୍ତାର ଲାଭ କଲେ। ଏହି କଥାକୁ କିନ୍ତୁ ଶ୍ରୀ ରାଧାରାଣୀ ସହଜରେ ବିଶ୍ୱାସ କରିପାରିଲେ ନାହିଁ। ତଦନନ୍ତରେ ତୀର୍ଥ ସମୂହ ନିଜର ରୂପ ପ୍ରକଟ କରି ଏହି କୁଣ୍ଡରେ ନିବାସ କରିଥିବା ପ୍ରମାଣ ଦେଲେ। ସେହିଦିନ ଠାରୁ ଏହା ଶ୍ୟାମକୁଣ୍ଡ ନାମରେ ପରିଚିତ ହେଲା। ଶ୍ରୀକୃଷ୍ଣ ନିଜ ମୁଖରେ ଶ୍ରୀରାଧାରାଣୀଙ୍କୁ କହିଲେ ମୁଁ ଆଜି ଯେଉଁ କୁଣ୍ଡ ସ୍ଥାପନ କଲି ଏହି କୁଣ୍ଡରେ ତ୍ରିଭୁବନର ସମସ୍ତ ତୀର୍ଥ ବିଦ୍ୟମାନ। କିନ୍ତୁ ତୁମେମାନେ ଏପରି କିଛି ଭଲକର୍ମ କରିନାହଁ ଯାହାଦ୍ୱାରା ତୁମର ଏପରି କିଛି କୀର୍ତ୍ତି ଏ ଭୁ ମଣ୍ଡଳରେ ସ୍ଥାପିତ ହେବ। ଏହିକଥା ଶୁଣି ଶ୍ରୀରାଧିକା ଲଜ୍ଜିତ ହେଲେ …….. ପରବର୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। କ୍ରମଶଃ

Comments are closed.