ଆଜି ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସମ୍ବନ୍ଧରେ

ଆଜି ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସମ୍ବନ୍ଧରେ :-

୧. ଚନ୍ଦନଲାଗି ବେଶ – ଏହିବେଶ ବୈଶାଖ ଅକ୍ଷୟ ତୃତୀୟାଠାରୁ ୨୧ଦିନ ପର୍ଯ୍ୟନ୍ତ ହୋଇଥାଏ |

୨. ଗଣେଷ ବା ହାତୀବେଶ – ଏହିବେଶ ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୋଇଥାଏ |

୩. ସୁନାବେଶ – ଏହିବେଶ କାର୍ତ୍ତିକ ପୂର୍ଣ୍ଣିମା, ଦୋଳପୁର୍ଣିମା, ଦଶହରା,ପୌଷ ପୂର୍ଣ୍ଣିମା ଓ ଆଷାଢ ଶୁକ୍ଳ ଏକାଦଶୀ ରେ ହୋଇଥାଏ |

୪. ବଣଭୋଜୀ ବେଶ – ଏହିବେଶ ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ ||

୫. ପ୍ରଳମ୍ବାସୁର ବେଶ – ଏହିବେଶ ଭାଦ୍ର କୃଷ୍ଣପକ୍ଷ ଦ୍ୱାଦଶୀରେ ହୋଇଥାଏ | |

୬. ରାଜାବେଶ –ଏହିବେଶ ଆଶ୍ୱିନ ଶୁକ୍ଳ ଦଶମୀ, ପୌଷ ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମାରେ ହୋଇଥାଏ | ।

୭. ରାଈଦାମୋଦର ବେଶ –ଏହିବେଶ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ହୋଇଥାଏ |

୮. ଲକ୍ଷ୍ମୀନାରାୟଣ ବେଶ –ଏହିବେଶ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ହୋଇଥାଏ ||

୯. ବାଙ୍କଚୂଡା ବେଶ –ଏହିବେଶ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ହୋଇଥାଏ |

୧୦. ତ୍ରିବିକ୍ରମ ବେଶ–ଏହିବେଶ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀରେ ହୋଇଥାଏ |

୧୧. ନୃସିଂହ ବେଶ –ଏହିବେଶ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀରେ ହୋଇଥାଏ |

୧୨. ନାଗାର୍ଜୁନ ବେଶ –ଏହିବେଶ ପଞ୍ଚୁକ ଛଅଦିନ ହେଲେ ହୋଇଥାଏ |

୧୩. ଗଜ ଉଦ୍ଧାରଣ ବେଶ –ଏହିବେଶ ମାଘମାସ ପୂର୍ଣ୍ଣିମାରେ ହୋଇଥାଏ |

୧୪. କାଞ୍ଚିକାବେରୀ ବେଶ –ଏହିବେଶ ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥାଏ |

୧୫. ପଦ୍ମବେଶ –ଏହିବେଶ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଥିବା ଶନିବାର ଓ ରବିବାର ରେ ହୋଇଥାଏ |

୧୬. ନବକଳେବର ବେଶ – ପ୍ରତି ବାରବର୍ଷରେ ଥରେ ଯେଉଁ ଦୁଇଟି ଆଷାଢ ମାସ ପଡେ ସେହିବର୍ଷ ନବକଳେବର ବେଶ ହୁଏ ।

Comments are closed.