ପିପିଲି ଉପନିର୍ବାଚନ : ଅଧିକାରୀମାନଙ୍କ ପାଇଁ ଡବଲ୍ ଡୋଜ୍ ଟିକା ବାଧ୍ୟତାମୂଳକ, ଏଥର ଅଧିକ ୭୫ ବୁଥ୍‌

ପିପିଲି – କୋରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ । ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ । ରାଜ୍ୟରେ କୋରୋନା ସଂକ୍ରମଣ କମିଥିଲେ ମଧ୍ୟ ନିର୍ବାଚନ କମିଶନ କୌଣସି ସୁଯୋଗ ନେବାକୁ ଚାହୁଁନାହାନ୍ତି । ଉପନିର୍ବାଚନ ସମୟରେ କୋଭିଡର ଦୁଇ ଡୋଜ ଟିକା ନେଇଥିବା ଅଧିକାରୀ ଦାୟିତ୍ୱରେ ରହିବେ । ନିର୍ବାଚନ ପରିଚାଳନାରେ ନିୟୋିତ ହେବାକୁ ଥିବା ଅଧିକାରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲା ବାଧ୍ୟତାମୂଳକ । ସେମାନେ ଟିକା ନେଇଛନ୍ତି କି ନାହିଁ, ତାହା ଜିଲ୍ଲପାଳ ତଦାରଖ କରିବେ । ଏଥରର ପିପିଲିରେ ୭୫ଟି ବୁଥ୍ ବୃଦ୍ଧି କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି ।

Comments are closed.