ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ବରାଦର ଜୀବିତ, ଭିଡିଓ ଜାରି କରି ମୃତ୍ୟୁ ଖବରକୁ ଖଣ୍ଡନ କଲା ତାଲିବାନ

କାବୁଲ: ଗତ କିଛି ଦିନ ହେବ ତାଲିବାନ ସରକାରର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦାରଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ବାରଦାରଙ୍କୁ ଆଉ କେଉଁଠାରେ ଦେଖିବାକୁ ମିଳି ନଥିଲା, ତେଣୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଚର୍ଚ୍ଚା ହୋଇଥିଲା । ଏବେ ତାଲିବାନ ଦ୍ୱାରା ବରାଦରଙ୍କ ସାକ୍ଷାତକାରର ଭିଡିଓ ଟ୍ୱିଟ କରାଯାଇଛି ଏବଂ ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରାଯାଇଛି। ଏହି ଭିଡିଓକୁ ଆଫଗାନିସ୍ତାନର ସାଂସ୍କୃତିକ ଆୟୋଗର ମଲ୍ଟିମିଡିଆ ଶାଖାର ମୁଖ୍ୟ ଅମଦୁଲ୍ଲା ମୁଟାକି ଟ୍ୱିଟ୍ କରିଛନ୍ତି।

ଏହାପୂର୍ବରୁ ସୋମବାର ମୁଲ୍ଲା ଅବଦୁଲ ଘନି ବରାଦର ନିଜେ ଏକ ଅଡିଓ ବାର୍ତ୍ତାରେ ସ୍ପଷ୍ଟ କରିଥିଲେ ଯେ ସେ ଜୀବିତ ଅଛନ୍ତି ଏବଂ ଆହତ ନୁହଁନ୍ତି। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ତାଲିବାନର ଉପପ୍ରଧାନମନ୍ତ୍ରୀ ବରାଦରଙ୍କ ହତ୍ୟାକାଣ୍ଡ ବିଷୟରେ ଗୁଜବ ସତ୍ୟ ନୁହେଁ। ସେ ଗତ ୨ ବର୍ଷ ଧରି ହାଇବାତୁଲ୍ଲା ଅଖୁଣ୍ଡଜାଦା ବିଷୟରେ ସମାନ କଥା କହୁଛନ୍ତି, କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ କେହି ତାଙ୍କଠାରୁ ଦେଖି ନାହାଁନ୍ତି। ପୂର୍ବ ରିପୋର୍ଟରେ କୁହାଯାଇଥିଲା ଯେ ବରାଦର ଏବଂ ହକ୍କାନି ସମର୍ଥିତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ(ଆଇଏସ୍ ଆଇ)ର ମୁଖ୍ୟ ଫୈଜ ହାମିଦ କାବୁଲରେ ପହଞ୍ଚିଥିଲେ।

Comments are closed.