ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ବି ବିପଦ ଟଳିନି, ଏବେ ଆଶ୍ୱସ୍ତ ନ ହେବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର- ଭାରତରେ ମହାମାରୀ ଏଣ୍ଡେମିକ ଆଡକୁ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଷ ସଂଗଠନର ରିପୋର୍ଟ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ଶତ ପ୍ରତିଶତ ନିଶ୍ଚିତ ରହିବା କଥା ନୁହଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କାରଣ ପ୍ରତି ମଡେଲ୍‌ର ଅପ୍ ଡାଉନ ରହିଛି । ଏ କ୍ଷେତ୍ରରେ ବି ହୋଇପାରେ । ତେଣୁ ଅଧିକ ଆଶ୍ୱସ୍ତ ନ ହୋଇ ଲୋକଙ୍କୁ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କେରଳରେ ସଂକ୍ରମଣ ବଢି ଚାଲିଥିଲା । ଏବେ କମୁଛି । ସେହପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି । ପରେ ଏହା କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆମ ରାଜ୍ୟରେ ସ୍ଥିତି ଭଲ ରହିଛି । ପଜିଟିଭିଟ ରେଟ୍ ବି କମ୍ ରହିବା ସହ ହସପିଟାଲାଇଜେସନ ବି କମ୍ ଅଛି । କିନ୍ତୁ ବିପଦ ଟଳି ନାହିଁ । ତେଣୁ ରାଜ୍ୟରେ କଟକଣା ଜାରି ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଜୟ ମହାପାତ୍ର ।

Comments are closed.