ପିପିଲିରେ ଏଥର ଅଧିକ ବ୍ୟବଧାନରେ ବିଜୟ ପାଇଁ ବିଜେଡିର ଦୃଢୋକ୍ତି

ପିପିଲି- ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ଗତିବିଧି ଜୋର୍ ଧରିଛି । ୨୦ ତାରିଖରେ ସବୁ ଦଳ ଆରମ୍ଭ କରିବେ ପ୍ରଚାର । ଗତକାଲି ବିଜେଡି ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇବା ପରେ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତଙ୍କ ସିଂଙ୍କ ବାସଭବନରେ ଉପନିର୍ବାଚନ ନେଇ ଏକ ବୈଠକ ବସିଥିଲା । ବୈଠକରେ ବିଜେଡି ନେତା ଅତନୁ ସବ୍ୟସାଚୀ ମଧ୍ୟ ଯୋଗଦେଇଥିଲେ । ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ପିପିଲିରେ ଛୋଟ ଛୋଟ ସଭାସମିତି ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବୋଲି ସେ କହିଛନ୍ତି । ୨୦ ତାରିଖରୁ ପ୍ରଚାରକୁ ଜୋରଦାର କରିବ ବିଜେଡି । ଗତଥର ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ବିଜୟୀ ହେବା ଦଳର ଲକ୍ଷ୍ୟ ବୋଲି ସେ କହିଛନ୍ତି ।ଏଣେ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ପିପିଲି ବିଜେଡିର ଗଡରେ ପରିଣତ ହୋଇଛି । ସେଠାରେ ପ୍ରଦୀପ ମହାରଥୀଙ୍କୁ ଭୋଟର ବାରମ୍ବାର ଜିତାଇଥିଲେ । ଏଥର ପୂର୍ବ ରେକର୍ଡ ଭାଙ୍ଗି ଭଲ ବ୍ୟବଧାନରେ ଦଳ ବିଜୟୀ ହେବ ବୋଲି ଅତନୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Comments are closed.