ପାର୍ବଣ ଋତୁର ତିନିମାସ ବେଶ୍ ସତର୍କ ରହିବା ଜରୁରୀ : ଡିଏମଇଟି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ପାର୍ବଣ ଋତୁରେ ସବୁଆଡେ ଗହଳି ହୋଇଥାଏ । ତେଣୁ ପାର୍ବଣ ତିନି ମାସ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟକୁ ଲକ୍ଷ୍ୟ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲୋକଙ୍କୁ ସଚେତନ ରହିବା ପାଇଁ କହିଛନ୍ତି ।

ଡିଏମଇଟି କହିଛନ୍ତି ଯେ, ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି । ଯେତିକି ଟିକା ମିଳୁଛି, ସେତିକି କିଭଳି ଲୋକଙ୍କ ପାଖରେ ପହଂଚିବ, ସେ ନେଇ ଉଦ୍ୟମ ହେଉଛି । ଏ କ୍ଷେତ୍ରରେ ଲୋକଙ୍କ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି । ରାଜଧାନୀ ହେଉଛି ସ୍ୱାସ୍ଥ୍ୟସେବାର ମୁଖ୍ୟ କେନ୍ଦ୍ର । ରାଜରୁ ସବୁ ସ୍ଥାନରୁ ଲୋକେ ଏଠାକୁ ଆସୁଛନ୍ତି । ରାଜ୍ୟ ବାହାରୁ ମଧ୍ୟ ଲୋକେ ଭୁବନେଶ୍ୱର ଆସନ୍ତି । ହସପିଟାଲ ଯିବା ପୂର୍ବରୁ ସମସ୍ତଙ୍କର ସ୍କ୍ରିନିଂ କରାଯାଉଛି । ତେବେ,ପାର୍ବଣ ଋତୁ ପାଇଁ ଭୁବନେଶ୍ୱରରେ ଅଧିକ ଭିଡ ରହୁଛି । ଟ୍ରେସିଂ ଅଧିକ ହେଉଥିବାରୁ ସଂକ୍ରମିତ ଅଧିକ ବାହାରୁଛନ୍ତି । ଡିଏମଇଟି କହିଛନ୍ତି ଯେ, ସ୍କ୍ରପ୍ ଡ୍ରାଇପସ୍ ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା । ଏହାର ଚିକିତ୍ସା ବ୍ୟବସ୍ଥା ରହିିଛି ବୋଲି ଡିଏମଇଟି କହିଛନ୍ତି ।

Comments are closed.