ବାଜରା ଚାଷ ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବାଜରା ଚାଷକୁ ପ୍ରୋତ୍ସାହନ ଦିଆଯାଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପୁରସ୍କୃତ ହୋଇଛି ।ଏହି ଶ୍ରେଣୀରେ ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହୋଇଛି ଓଡିଶା । ଭାରତୀୟ କୃଷି ଗବେଷଣା ପରିଷଦ-ଆଇସିଏଆର୍‌- ଭାରତୀୟ ବାଜରା ଗବେଷଣା ପ୍ରତିଷ୍ଠାନ ( ଆଇଆଇଏମଆର୍ ) ଏବଂ ଖାଦ୍ୟ ଓ କୃଷି ସଂଗଠନର ‘ପେ।।ଷକ ଶସ୍ୟ ଯୋଜନା’ ଅଧିନସ୍ଥ କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବାଜରା ଉତ୍ପାଦନ ଓ ପ୍ରୋତ୍ସାହନ କ୍ଷେତ୍ରରେ ସଂପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.