ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର- ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ମହାନଦୀ ସିଷ୍ଟମରେ ଛୋଟ ଧରଣର ବନ୍ୟା ହୋଇଛି । କିନ୍ତୁ କୌଣସି ବିପଦ ନାହିଁ । ମୁଣ୍ଡଳୀଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି ବୋଲି ସେ କହିଛନ୍ତି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ତେଣୁ ଏବେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି । ବ୍ରାହ୍ମଣୀ , ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଥିବାରୁ ବନ୍ୟା ପରିସ୍ଥିତି ନାହିଁ । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟକି ରହିଥିବା ସାମଲ ସୂଚନା ଦେଇଛନ୍ତି ।

Comments are closed.