ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ସବୁ ଅଭିଯୁକ୍ତଙ୍କୁ ୭ ଦିନିଆ କ୍ରାଇମବ୍ରାଂଚ ରିମାଣ୍ଡ୍

‌ବାଲେଶ୍ୱର – ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା-ଡିଆରଡିଓରୁ ସମ୍ବେଦନଶୀଳ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଏଥିପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ବାଲେଶ୍ୱର କୋର୍ଟ । ସବୁ ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ କଟକ ଆଣି ଜେରା କରିବ କ୍ରାମବ୍ରାଂଚ ସ୍ପେଶାଲ ଟିମ୍ । ଏହି ଟିମରେ ଅତିରିକ୍ତ ଏସପି, ସାଇବର ଇନ୍‌ସପେକ୍ଟର ଓ ସବ୍ ଇନସପେକ୍ଟର ଅଛନ୍ତି । ସମସ୍ତ ଦିଗକୁ ନେଇ ଆରମ୍ଭରୁ ମାମଲାର ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଂଚ୍ ଏଡିଜି ସଂଜୀବ ପଣ୍ଡା କହିଛନ୍ତି । ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସଂସ୍ଥାର ସହ ଯୋଗ ନିଆଯିବ । ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ।

Comments are closed.