ଜଳେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ

ଜଳେଶ୍ୱର –ଜଳେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ । ଦୁଇଟି ସ୍ଥାନରେ ଚଢାଉ କରି ୩୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଜଳେଶ୍ୱର ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତକାଲି ଜଳେଶ୍ୱର ପୋଲିସ ବ୍ରାଉନସୁଗାର କାରବାରର କିଙ୍ଗପିନ୍ କୁହାଯାଉଥିବା ଶେକ୍ ମମତାଜକୁ ଗିରଫ କରିବା ସହ ତାଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଆଜି ଭୋର୍‌ରେ ପୋଲିସ ଝାଡେଶ୍ୱରପୁର ବସ୍ତିରୁ ଶେକ୍ ନୁର ହୁସେନଙ୍କ ଘରେ ଚଢାଉ କରି ୧୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାରଜବତ କରିଥିଲା ।

Comments are closed.