ସିମ୍ କାର୍ଡ ସ୍ୱାପିଂ ଠକେଇର ପର୍ଦ୍ଦାଫାସ

କଟକ- ଏକ ସିମ୍ କାର୍ଡ ସ୍ୱାପିଂ ଠକେଇ ରାକେଟ୍ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ବିପୁଳ ପରିମାଣର ସିମକାର୍ଡ ଜବତ କରାଯାଇଛି । ସିମକାର୍ଡ ସ୍ୱାପିଂ ରାକେଟ୍ ସ୍ପେଶାଲ ନମ୍ବର ବ୍ୟବହାରକାରୀ ଗ୍ରାହକମାନଙ୍କୁ ଟାର୍ଗେଟ୍ କରୁଥିଲେ । ସିମ୍ କାର୍ଡ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି ଠକମାନେ ମୋବାଇଲ ୟୁଜରମାନଙ୍କୁ ଫୋନ୍ କରିବା ସହ ସେମାନଙ୍କୁ ଭୟଭୀତ କରାଇ ଓଟିପି ପଠାଉଥିଲେ । ଏହାପରେ ଓଟିପି ନେଇ ସାଇବର ଠକେଇ କରୁଥିଲେ ।

Comments are closed.