ରେକର୍ଡ ଟିକାକରଣରେ ମୁଖ୍ୟମନ୍ତ୍ରୀ ଖୁସି, ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର – କୋରୋନା ବିରୋଧୀ ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଗୋଟିଏ ଦିନରେ ରେକର୍ଡ କୋଭିଡ ଟିକାକରଣ କରି ନୂଆ ରେକର୍ଡ କରିଛି ଓଡିଶା । ଦିନକରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ପରିଶ୍ରମ ଓ ନିଷ୍ଠାକୁ ଶ୍ରେୟ ଦେଇଛନ୍ତି । ଗତକାଲି ଗୋଟିଏ ଦିନରେ ରେକର୍ଡ ୪ ଲକ୍ଷ ୧୬ ହଜାର ୪୫୪ ଡୋଜ୍ ଟିକା ଦିଆଯାଇଥିଲା । ଗୋଟିଏ ଦିନରେ ଏତେ ସଂଖ୍ୟକ ଡୋଜ୍ ଟିକା ଦିଆଯିବା ସହ ରାଜ୍ୟରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି । କିଛି ଦିନ ତଳେ ଦୈନିକ ୪ ଲକ୍ଷ ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର ।

Comments are closed.