ଗୁଳି ମାଡ଼ରେ ଚାଷୀ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଟୁଣୁକୁମ୍ପା ଗ୍ରାମରେ ଜଣେ ଚାଷୀଙ୍କ ଉପରେ ଗୁଳିମାଡ଼ ହୋଇଛି। କୌଣସି କାରଣରୁ ସେହି ଗ୍ରାମର ଜଣେ ଯୁବକ ଜମିରେ କାମ କରୁଥିବା ବେଳେ ଚାଷୀଙ୍କ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ୫୫ ବର୍ଷୀୟ ଶିବରାମ ନାୟକ ଗୁରୁତର ହୋଇ ଜମିରେ ଟଳି ପଡ଼ିଥିଲେ। ଗ୍ରାମବାସୀ ଓ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର MKCGରେ ଭର୍ତ୍ତି କରିଛନ୍ତି।ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

Comments are closed.