ମୁକୁଳା ଡ୍ରେନଗୁଡିକରେ ସ୍ଲାବ ପଡିବ, ବିଧାନସଭାରେ ନଗର ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟିର ୩ ଶହ କୋଟି ବ୍ୟୟବରାଦ

ଭୁବନେଶ୍ୱର- କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୁକୁଳା ପଡିଥିବା ଡ୍ରେନ ଉପରେ ସ୍ଲାବ ପଡିବ । ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟିରେ ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ନିଷ୍ପତ୍ତି ହୋଇଛି । ବିଧାନସଭାର ଗୃହ କମିଟି ବୈଠକରେ ସହରାଂଚଳରେ ବନ୍ୟା ସ୍ଥିତି, ଡ୍ରେନେଜ ଓ ସ୍ୱେରେଦ ସମସ୍ୟା ନେଇ ଆଲୋଚନା ହୋଇଛି । ବୈଠକ ପରେ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଏହି ସୂଚନା ଦେଇଛନ୍ତି । ବୈଠକରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଅମର ଶତପଥୀ ଓ ମହମ୍ମଦ ମୋକିମ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

Comments are closed.