ଜଳଦ କୁମାର ତ୍ରିପାଠୀ ହେବେ ରାଜ୍ୟର ପରବର୍ତ୍ତୀ ସିଆଇସି

ଭୁବନେଶ୍ୱର – ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ତାଙ୍କ ନାଁ ଉପରେ ମୋହନ ବାଜିଥିବା ଜଣାପଡିଛି । ଖୁବଶୀଘ୍ର ତାଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେବେ ଜଳଦ ତ୍ରିପାଠୀ । ୧୯୮୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଆଇପିଏସ ଅଫିସର ଜଳଦ ତ୍ରିପାଠୀଙ୍କ ସମେତ ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ ଏମ. ଅକ୍ଷୟଙ୍କ ନାଁ ମଧ୍ୟ ମୁଖ୍ୟ ସୂଚନା କମିଶନର ପଦବୀ ପାଇଁ ସର୍ଟଲିଷ୍ଟ କରାଯାଇଥିଲା । କିନ୍ତୁ ଜଳଦ ତ୍ରିପାଠୀଙ୍କ ନାଁରେ ହିଁ ମୋହର ବାଜିଥିଲା ।

ଜଳଦ ତ୍ରିପାଠୀ ଏ ବର୍ଷ ଜୁନ୍ ୩୦ ତାରିଖରେ ତାମିଲନାଡୁ ପୋଲିସ ଡିଜି ପଦବୀରୁ ଅବସର ନେଇଥିଲେ ।

Comments are closed.