ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ସଂପର୍କରେ ଏମିତି କହିଲେ ବିଏମସି କମିଶନର

ଭୁବନେଶ୍ୱର – ୬୩ ବର୍ଷ ପରେ ରେକର୍ଡ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ଉପୁଜିଛି ବୋଲି ଭୁବନେଶ୍ୱର ମହାନଗର ନିଗମ –ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି । ସେ କହିଛନ୍ତି ଯେ, ରାଜଧାନୀରେ ଯେଉଁ ସବୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ହୋଇଥିଲା, ସେ ସବୁକୁ ଚିହ୍ନଟ କରାଯାଇଛି । ମୋଟ ୭୫ଟି ସ୍ଥାନ ଚିହ୍ନଟ ହୋଇଛି । ଏସବୁ ସ୍ଥାନରେ ଜଳବନ୍ଦୀର କାରଣ କଣ , ତାହା ବାହାର କରାଯିବ । ଯେଉଁଠି ଜମି ଅଧିଗ୍ରହଣ ଓ ବାଧ୍ୟତାମୂଳକ ଅପସାରଣ ଦରକାର, ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଏମସି କମିଶନର କହିଛନ୍ତି । ନିଜ ନିଜ ଅଞ୍ଚଳର ଆକଳନ ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଗତ ବର୍ଷାରେ ୩୫ଟି ଜାଗାରେ ପମ୍ପ ଲଗାଯାଇଛି । ଆଗକୁ ବଡ ବର୍ଷା ପାଇଁ ଅଧିକ ପମ୍ପ ଲଗାଯିବ ବୋଲି ସେ କହିଛନ୍ତି । ପ୍ରାକୃତିକ ଡ୍ରେନଗୁଡିକୁ ବନ୍ଦ ନ କରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ୍ ପଲ୍ୟୁସନ କଂଟ୍ରୋଲ ବୋର୍ଡର ଗାଇଡଲାଇନ ରହିଛି । ଗାଇଡଲାଇନ ମାନି ଦୁର୍ଘଟଣା ଏଡାଇବା ପାଇଁ ଉଚିତ ପଦ କ୍ଷେପ ନିଆଯାଉଛି ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି ।

Comments are closed.