ସନରାଇଜର୍ସ ହାଇଦ୍ରାବାଦ ବୋଲର ଟି.ନଟରାଜନ କରୋନା ପଜିଟିଭ୍

ଦୁବାଇ: ଆଇପିଏଲ୍ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି । ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି.ନଟରାଜନ କରୋନା ପଜିଟିଭ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଆଜି ଖେଳାଯିବାକୁ ଥିବା ହାଇଦ୍ରାବାଦ-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । କିନ୍ତୁ ବିସିସିଆଇ ସ୍ପଷ୍ଟ କରିଛି ଯେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ନିର୍ଦ୍ଧାରିତ ସମୟରେ
ଖେଳାଯିବ। କାରଣ ହାଇଦ୍ରାବାଦର ଅନ୍ୟ ସବୁ ଖେଳାଳି ଓ ଷ୍ଟାଫଙ୍କ ଆରଟି-ପିସିଆର ଟେଷ୍ଟ ନେଗେଟିଭ ହୋଇଛି । ବର୍ତ୍ତମାନ ନଟରାଜନ୍ ଏବଂ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଖେଳାଳି ଏବଂ ସଦସ୍ୟ ସଙ୍ଗରୋଧରେ ରହିଛନ୍ତି ଏବଂ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।

Comments are closed.