କଣ ରହିଛି ରହସ୍ୟ ଶ୍ରୀକୁସୁମ ସରୋବରରେ ? ସ୍ନାନ ମାତ୍ରେ ପ୍ରାପ୍ତ ହୁଏ ଗୋପୀ ସ୍ୱରୂପ

ବୄନ୍ଦାବନ : ଶ୍ରୀକୁସୁମ ସରୋବର, ଏହି ପବିତ୍ର ସରୋବରଟି ଶ୍ରୀ ରାଧାକୁଣ୍ଡର ଦେଢ଼ ମାଇଲ ଦକ୍ଷିଣ-ପଶ୍ଚିମ ରେ ଅବସ୍ଥିତ। ଏହି ସ୍ଥାନଟି ଜଳଜ ଓ ସ୍ଥଳଜ ଉଭୟ କୁସୁମ ସମୂହ ଆକାର ହେତୁ ଏହା ଶ୍ରୀକୁସୁମ ସରୋବର ନାମରେ ନାମିତ। କଥିତ ଅଛି କୁସୁମ ଚୟନ ଛଳରେ ଶ୍ରୀରାଧାରାଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କର ଏଠାରେ ନିତ୍ୟ ମିଳନ ହେଉଥିଲା। ପରବର୍ତ୍ତୀ ସମୟରେ ଏହି ସରୋବର କୂଳରେ ଅନେକ ସିଦ୍ଧ ମହାତ୍ମା ଭଜନ କରି ସିଦ୍ଧି ପ୍ରାପ୍ତ ହୋଇଛନ୍ତି।

କଥିତ ଅଛି ଏକଦା ନାରଦ ଶ୍ରୀରାଧାକୃଷ୍ଣଙ୍କ ଅଷ୍ଟ କାଳୀନ ଲୀଳା ଦର୍ଶନ ଲାଳସା କରି ମହାଦେବଙ୍କୁ ଏହାର ଉପାୟ ପଚାରି ଥିଲେ। ମହାଦେବ ନିଜର ଅସମର୍ଥତା ପ୍ରକାଶ କରି ତାଙ୍କୁ ବୃନ୍ଦାଦେବୀଙ୍କ ପାଖକୁ ପଠେଇଦେଲେ। ବୃନ୍ଦାଦେବୀ ଶ୍ରୀକୃଷ୍ଣଙ୍କ ପରମଭକ୍ତ ନାରଦଙ୍କୁ ଅଷ୍ଟକାଳୀନ ଲୀଳାର ଗୂଢ଼ ରହସ୍ୟ ବୁଝାଇ ଦେଇ ନିଜେ ସାଧନ କରିବାକୁ ଉପଦେଶ ଦେଲେ। ଏବଂ ଗୋପିଦେହ ପ୍ରାପ୍ତ ନ କଲେ ଏହି ଲୀଳା ଦର୍ଶନ ଅସମ୍ଭବ ବୋଲି ତାଙ୍କୁ କହିଲେ। ନାରଦ ବ୍ରଜ ଭୂମିର ଗୋବର୍ଦ୍ଧନ ତୀରରେ ଥିବା ଏହି ଶ୍ରୀକୁସୁମ ସରୋବରରେ ସ୍ନାନ ମାତ୍ରେ ଗୋପିଦେହ ପ୍ରାପ୍ତ ହୋଇଥିଲେ।

ଶ୍ରୀ ନାରଦ କୁଣ୍ଡ : ଶ୍ରୀକୁସୁମ ସରୋବରର ଅଗ୍ନିକୋଣରେ ରହିଛି ଶ୍ରୀନାରଦ କୁଣ୍ଡ। ଏହି ସ୍ଥାନରେ ନାରଦ ଭଜନ କରି ଶ୍ରୀରାଧାଗୋବିନ୍ଦଙ୍କ ସେବାଯୋଗ୍ୟ ସ୍ୱରୂପ ପ୍ରାପ୍ତ ହୋଇଥିଲେ। ସପରିକର ଶ୍ରୀଗୋବିନ୍ଦଙ୍କ ଦର୍ଶନ ଲାଭ କରିଥିଲେ। ଦେବର୍ଷି ନାରଦଙ୍କ ଭଜନ ପ୍ରଭାବରେ ଏହି ସ୍ଥାନର ନାମ ଶ୍ରୀ ନାରଦ କୁଣ୍ଡ ହେଲା।। କ୍ରମଶଃ…

Comments are closed.