ପିପିଲି ଲଢେଇ : ସକାଳ ୧୧ ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ମତଦାନ

ଭୁବନେଶ୍ୱର – ପିପିଲି ଉପନିର୍ବାଚନ ପାଇଁ ମତଦାନ ସୁରୁଖୁରୁରେ ଚାଲିିଛି । ଦିନ ୧୧ଟା ସୁଦ୍ଧା ୨୪ ଦଶମିକ ୭୬ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ପିପିଲିରେ କୋଭିଡ କଟକଣାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । କୌଣସି ସ୍ଥାନରୁ ଅପ୍ରୀତିକର ପରିସ୍ଥିତିର ସୂଚନା ନ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି । ମତଦାନ ପ୍ରତିଶତ ଆହୁରି ବଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଆଜି ବିଭିନ୍ନ ବୁଥରେ ଆରମ୍ଭରୁ ହିଁ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । କିଛି ବୁଥରେ ଇଭିଏମ ସମସ୍ୟା ଦେଖାଦେବାରୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।

Comments are closed.