ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ : ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ଚାରି ନୂଆ ବିଚାରପତି

ନୂଆଦିଲ୍ଲୀ – ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ଅନୁମୋଦିତ ୪ ଜଣ ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତି ପାଇବେ । ସେମାନେ ହେଲେ ଆଡଭୋକେଟ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ, ବିଚାର ବିଭାଗୀୟ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ଏହି ଚାରି ଜଣଙ୍କ ନାଁରେ ସୁପ୍ରିମକୋର୍ଟ କଲେଜିୟମ ସେପଟେମ୍ବର ୨୯ ତାରିଖରେ ହୋଇଥିବା ବୈଠକରେ ମୋହର ମାରିଥିଲେ ।

Comments are closed.