ରାଜ୍ୟରେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା, ଆହୁରି ୨୫ ଲକ୍ଷ ଲୋକ ନେବେ ଦ୍ୱିତୀୟ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ ଡିସେମ୍ବର ସୁଦ୍ଧା କୋଭିଡ ଟିକାକରଣ ସାରିବାକୁ ଚେଷ୍ଟା ହେଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏ ଯାବତ ରାଜ୍ୟରେ ୧୮୦୦ କେନ୍ଦ୍ରରେ ୩ କୋଟି ଟିକାକରଣ ସରିଲାଣି । ବର୍ତ୍ତମାନ ଦୈନିକ ୪ ଲକ୍ଷ ଟିକା ଦିଆଯାଉଛି । ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ୭୧ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୭୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ବୋଲି ସେ କହିଛନ୍ତି । ୧ ଲକ୍ଷ ୮୯ ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

Comments are closed.