ପିପିଲିରେ ବୃହତ ବିଜୟ ଅଭିମୁଖେ ବିଜେଡି, ୧୫ ରାଉଣ୍ଡ ଗଣତି ପରେ ରୁଦ୍ର ପ୍ରତାପ ୧୬ ହଜାର ୬୪୦ ଭୋଟରେ ଆଗୁଆ

ପିପିଲି- ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପଂଚଦଶ ରାଉଣ୍ଡ ସୁଦ୍ଧା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ୫୯ ହଜାର ୧୮୪ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୪୨ ହଜାର ୫୪୪ । କଂଗ୍ରେସ ମାତ୍ର ୨ ହଜାର ୭୮୨ ଭୋଟ୍ ପାଇଛି ।

Comments are closed.