ମାଲକାନଗିରି ଯୋଡାଆମ୍ବ ଥାନାର ନୂଆ କୋଠା ଉଦଘାଟନ କଲେ ଡିଜିପି

ମାଲକାନଗିରି – ମାଲକାନଗିରି ଜିଲ୍ଲା ଗସ୍ତ କରି ଡିଜିପି ଅଭୟ ଯୋଡାଆମ୍ବରେ ପୋଲିସ ଷ୍ଟେସନର ନୂଆ କୋଠା ଉଦଘାଟନ କରିଛନ୍ତି । ପୂର୍ବରୁ ଏହି ପୋଲିସ ଷ୍ଟେସନ ଚିତ୍ରକୋଣ୍ଡାରେ ଚାଲୁଥିଲା । ଗତବର୍ଷ ଏହା ଯୋଡାଆମ୍ବକୁ ସ୍ଥାନାନ୍ତର କରାଯାଇଥିଲା । ଥାନାର ନୂଆ କୋଠା ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସେବାରେ ଏଣିକି ଲାଗିବ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । ଡିିଜିପି ଅଭୟ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଅଛନ୍ତି ।

Comments are closed.