ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର –ପିପିଲି ଉପନିର୍ବାଚନରେ ବିଜୟୀ ହେଲା ପରେ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିପିଲି ବିଧାୟକଙ୍କୁ ଶପଥ ପାଠ କରାଇଥିଲେ । ପିପିଲି ଉପନିର୍ବାଚନରେ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପାଖାପାଖି ୨୧ ହଜାର ଭୋଟରେ ହରାଇଥିଲେ । ନିର୍ବାଚିତ ହେଲା ପରେ ଗତକାଲି ଭୁବନେଶ୍ୱର ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ରୁଦ୍ର ପ୍ରତାପ ।

Comments are closed.