ଦୁର୍ଦ୍ଦାନ୍ତ ଅପରାଧୀ ରାକା ପୋଲିସ ଏନକାଉଣ୍ଟରରେ ଆହତ

କଟକ – କମିଶନରେଟ ପୋଲିସକୁ ବଡ ସଫଳତା । ବାଲିକୁଦା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି । ତା ଗୋଡରେ ଗୁଳି ବାଜିଛି । ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଠରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ରାକାକୁ ଧରିବାକୁ ଉଦ୍ୟମ ହେଉଥିବା ବେଳେ ପୋଲିସ ଉପରକୁ ସେ ଗୁଳି ଚଳାଇଥିଲା । ପୋଲିସ ପାଲଟା ଗୁଳି ଚଳାଇ ରାକାକୁ ଆହତ କରିଥିଲା । ରାକା ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ।

Comments are closed.