ସାଙ୍ଗମାନେ ହିଁ ମନୀଷଙ୍କ ହତ୍ୟାକାରୀ, ହୋଟେଲ ବାହାରେ ହତ୍ୟା କରି ମୃତଦେହ ପୋଖରୀରେ ଫିଙ୍ଗିଥିଲେ

ଭୁବନେଶ୍ୱର – ମନୀଷ ମୃତ୍ୟୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିସ୍ତୃତ ସୂଚନା ଦେଇଛନ୍ତି । ମନୀଷଙ୍କ ମୃତଦେହ ପାତ୍ରପଡା ଅଂଚଳରୁ ଠାବ ହୋଇଥିଲା । ମନୀଷ ସାଙ୍ଗମାନଙ୍କ ସହ ହୋଟେଲକୁ ଯାଇଥିଲେ । ବିଲକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କର ପାଟି ତୁଣ୍ଡ ହୋଇଥିଲା ବୋଲି ଡିସିପି କହିଛନ୍ତି । ହୋଟେଲ ବାହାରେ ସେମାନେ ମନୀଷଙ୍କୁ ହତ୍ୟା କରିଥିଲେ । ତାଙ୍କୁ ତାଙ୍କର ତିନି ସାଙ୍ଗମାନେ ହତ୍ୟା କରିଛନ୍ତି । ଅମ୍ରିତ ପ୍ରୀତମ, ଦିନେଶ ଓ ମୃତ୍ୟୁଞ୍ଜୟ ମନୀଷଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ପୋଖରୀକୁ ଫିଙ୍ଗିଦେଇଥିଲେ । ମନୀଷଙ୍କ ମୃତଦେହ ପୋଖରୀରେ ଫିଙ୍ଗିବା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଜଣକ ମନୀଷଙ୍କ ସାଙ୍ଗମାନଙ୍କୁ ଓଦା ଅବସ୍ଥାରେ ଦେଖିଥିଲେ ବୋଲି ଡିସିପି କହିଛନ୍ତି । ମାମଲାର ବିଭିନ୍ନ ଦିଗର ତଦନ୍ତ କରାଯିବ । ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ଡିସିପି କହିଛନ୍ତି ।

Comments are closed.