ବିଧାୟକ ପ୍ରଦୀପ ପାଣିଗ୍ରାହୀ ଠୁଳ କରିଛନ୍ତି ୫ କୋଟି ୫ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି , ବିଧାୟକ ଓ ସହଯୋଗୀଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର – ଦୁର୍ନୀତି କଳଙ୍କିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଡିଲାନ୍ସ ଚଢାଉ ହୋଇଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କଂପାନିରେ ଚାକିର ଦେବା ନାଁରେ ଠକେଇ ମାମଲାରେ ଆଜି ସକାଳେ ଚଢାଉ କରିଛି ଭିଜିଲାନ୍ସ । ବିଧାୟକଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଓ ବିଧାୟକଙ୍କ ଡ୍ରାଇଭର ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସରକାରୀ ବାସଭବନ ସମେତ ପୈତୃକ ଘରେ ବି ଚାଲିଥିବା ଚଢାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ପୂର୍ବରୁ ଏହି ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଥିଲେ ।

ଜନବିରୋଧୀ କାର୍ଯ୍ୟକଳାପ ଲାଗି ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତ ଭିଜିଲାନ୍ସକୁ ଦାୟିତ୍ୱ ଦେଇଥିଲେ । ଗୁପ୍ତ ତଦାରଖ ବେଳେ ଜଣାପଡିଥିଲା ଯେ, ୨୦୦୯ ମସିହା ମେ ୨୪ରୁ ୨୦୨୦ ନଭେମ୍ବର ୩୦ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିଲେ ।

ପାଣିଗ୍ରାହୀଙ୍କ ବିରୋଧରେ ଭାବୀ ଜ୍ୱାଇଁ ଆକାଶ ପାଠକ ( ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ପୁଅ ) ସହ ମିଶି ଟାଟାରେ ଚାକିରୀ ଦେବା ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ରହିଛି । ଆଜିର ଚଢାଉରେ ଭିଜିଲାନଓ ସେଲ୍‌ର ୨ ଜଣ ଅତିରିକ୍ତ ଏସପି ଓ ୧୭ ଡିଏସପି ସାମିଲ ହୋଇଛନ୍ତି ।

Comments are closed.