ମମିତା ମେହେର ନିଖୋଜ ମାମଲା : ଫେରାର ସ୍କୁଲ ମାଲିକ ଗୋବିନ୍ଦ ମୋଷ୍ଟ ୱାଂଟେଡ୍ ଘୋଷିତ, ମାଟିତଳୁ ମିଳିଲା ଅଜଣା ମୃତଦେହ

ବଲାଙ୍ଗିର – କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ମୋଷ୍ଟ୍ ୱାଂଟେଡ୍ ଘୋଷଣା କରିଛି ବଲାଙ୍ଗିର ପୋଲିସ । ମହାଲିଙ୍ଗର ଗୋବିନ୍ଦ ସାହୁର ଫଟୋ ଜାରି କରିଛି ପୋଲିସ । ଟିଟିଲାଗଡ ପୋଲିସ ବ୍ୟାରାକକୁ ଚମ୍ପଟ ମାରିଥିଲା ଗୋବିନ୍ଦ । ଗୋବିନ୍ଦକୁ ଧରାଇ ଦେଲେ ବା ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ବଲାଙ୍ଗିର ପୋଲିସ । ଗୋବିନ୍ଦକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ଏଣେ ମମିତା ମେହେର ନିଖୋଜ ମାମଲାରେ ମହାଲିଙ୍ଗ ଷ୍ଟାଡିୟମ ଖୋଳିଛି ପୋଲିସ । ମାଟିତଳୁ ଏକ ମୃତଦେହ ମିଳିଥିଲେ ମଧ୍ୟ ତାହା ଚିହ୍ନଟ ହୋଇନାହିଁ । ମମିତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି ।

Comments are closed.