ଗାଡ଼ି ଧକ୍କାରେ ଜଣେ ମୃତ, ୨ ଗୁରୁତର

ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଏକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। କରାପଲ୍ଲୀ ଗ୍ରାମର ସନ୍ତୋଷ ରେଡ୍ଡୀ, ପୁଅ ଭବାନୀ ଓ ପୁତୁରା ଭେଙ୍କଟେଶ ସହ ବ୍ରହ୍ମପୁରରୁ ମାର୍କେଟିଂ କରି ଫେରୁଥିବା ସମୟରେ ଜାତୀୟ ରାଜପଥ ୧୬ ଆଦିତ୍ୟ ମୋଟର୍ସ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଗାଡ଼ିଟି ଦ୍ରୁତ ଗତିରେ ଆସି ୩ ଜଣ ଏକାଠି ଆସୁଥିବା ବାଇକକୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଭେଙ୍କଟେଶଙ୍କ ମୃତ୍ୟୁ ଘଟିଛି। ଆହତ ବାପା ପୁଅଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comments are closed.