କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳନ

ଭୁବନେଶ୍ୱର- କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି । ଭୁବନେଶ୍ୱରର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର କର୍ତ୍ତବ୍ୟ, ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୋଲିସ କର୍ମଚାରୀ ପ୍ରାଣବଳୀ ଦେଇଛନ୍ତି ବୋଲି ପୋଲିସ କମିଶନର କହିଛନ୍ତି । ଏହି ଅବସରରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ପୋଲିସ କର୍ମଚାରୀ ଓ ସେମାନଙ୍କ ବଳିଦାନ ସଂପର୍କରେ ଦେଇଥିବା ବାର୍ତ୍ତା ପଢିଥିଲେ ।

Comments are closed.