ମୁଖ୍ୟାଳୟରେ ଓଡିଶା ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

କଟକ – ୬୨ତମ ପୋଲିସ ସହିଦ ଦିବସରେ ଓଡିଶା ପୋଲିସ ପକ୍ଷରୁ ଏ ବର୍ଷ ସହିଦ ହୋଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କଟକସ୍ଥିତ ପୋଲିସ ହେଡକ୍ୱାର୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ଡିିଜିଙ୍କ ସହ ସବୁ ବରିଷ୍ଠ ଆଇପିଏସ ଅଧିକାରୀ ଯୋଗ ଦେଇ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୋଲିସ ବ୍ରାସ୍ ବ୍ୟାଣ୍ଡ୍ ଜରିଆରେ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

Comments are closed.