ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ହେବ ଲାଏ ଡିଟେକସନ୍ ଟେଷ୍ଟ : ଭୁବନେଶ୍ୱର ଡିସିପି

ଭୁବନେଶ୍ୱର – ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଗିରଫ ସବୁ ଅଭିଯୁକ୍ତଙ୍କ ଲାଏ ଡିଟେକସନ ଟେଷ୍ଟ କରାଯିବ । ପୋଲିସ ମନୀଷଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି କହୁଛି । ହେଲେ ପୋଷ୍ଟମର୍ଟମ ରିପୋର୍ଟରୁ ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିବା ଦର୍ଶାଯାଇଛି । ଅଭିଯୁକ୍ତ ହୋଇଥିବା ମନୀଷଙ୍କ ତିନି ସାଙ୍ଗ ହତ୍ୟାକାରୀ ବୋଲି ପୋଲିସ କହୁଥିଲେ ମଧ୍ୟ ସେମାନେ ତଥ୍ୟ ଲୁଚାଇଥିବା ସନ୍ଦେହକରୁଛି । ତେଣୁ ସେମାନଙ୍କର ଲାଏ ଡିଟେକସନ ଟେଷ୍ଟ୍ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆବଶ୍ୟକ ପଡିଲେ ପୁଣି ଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ।

Comments are closed.