ରାଜ୍ୟରେ ଆଉ ୪୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୭୮ ଜଣ ହେଉଛନ୍ତି ଶିଶୁ ଓ କିଶୋର ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୦ ଓ କଟକରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୩୧, ସମ୍ବଲପୁରରୁ ୨୪, ମୟୂରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୩, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, ପୁରୀରୁ ୮, କେନ୍ଦ୍ରାପଡାରୁ ୮, ସୁନ୍ଦରଗଡରୁ ୫, ନୟାଗଡରୁ ୫, ଢେଙ୍କାନାଳରୁ ୪, ଗଜପତିରୁ ୪, ଅନୁଗୁଳରୁ ୩, ଭଦ୍ରକରୁ ୨, ଦେବଗଡରୁ ୨, ଗଞ୍ଜାମରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୨, ବରଗଡରୁ ୧, ବଲାଙ୍ଗିରରୁ ୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ଜିଲ୍ଲାକୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏ ୧୦ ଲକ୍ଷ ୩୮ ହଜାର ୪୧୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୫ ହଜାର ୫୦୭ । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୪ ହଜାର ୫୪୨ ।

Comments are closed.