ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ବ୍ଲକ ସିଡିପିଓ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ-ସିଡିପିଓ ପୁଷ୍ପାଞ୍ଜଳି ରଥ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନବାଡି କର୍ମୀ ଭାବେ ଜଣକୁ ନିଯୁକ୍ତ କରିବା ପାଇଁ ସେ ଏକ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ଏହାଛଡା ଅଧିକାରୀଙ୍କ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ତିନିଟି ଘରେ ଚଢାଉ କରିଛି ଭିଜିଲାନ୍ସ । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.