କୋରୋନା ସଂକ୍ରମଣ ଏଣ୍ଡେମିକ ସ୍ଥିତିରେ ରହିଛି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ କୋରୋନା ଏଣ୍ଡେମିକ୍ ଷ୍ଟେଜ୍‌ରେ ରହିଛି । ଏହି ଷ୍ଟେଜ୍‌ରେ ବି କୋରୋନା ରହିବ । କୋରୋନା ସଂକ୍ରମଣ ବଢିବା ଓ କମିବା ଏକ ଡାଇନାମିକ ପ୍ରୋସେସ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ତଳ ଉପର ହୋଇ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହିଛି । ବର୍ତ୍ତମାନ ସ୍ଥିତିରେ ବୁଷ୍ଟର ଡୋଜ୍‌ର ଆବଶ୍ୟକ ରହିଛି । କିନ୍ତୁ ଟେକନିକାଲ ଟିମ୍‌ର ଷ୍ଟଡି ରିପୋର୍ଟ ଆସିନାହିଁ ବୋଲି ସେ କହିଛନ୍ତି ।

Comments are closed.