କୋଭିଡ ଦୃଷ୍ଟିରୁ ବିନା ଦର୍ଶକରେ ଖେଳାଯିବ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱର- ଓଡିଶାର ହକିପ୍ରେମୀଙ୍କ ପାଇଁ ନୈରାଶ୍ୟଜନକ ଖବର । ଭୁବନେଶ୍ୱରରେ ଆସନ୍ତାମାସ ୨୪ ତାରିଖରୁ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ଜୁନିଅର ହକି ଟୁର୍ଣ୍ଣାମେଂଟ ବିନା ଦର୍ଶକରେ ଖେଳାଯିବ । ଏ ନେଇ ହକି ଇଣ୍ଡିଆ ଓ ଆନ୍ତର୍ଜାତିକ ହକି ଫେଡେରେସନ -ଏଫଆଇଏ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । ସବୁ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ । ଓଡିଶାରେ ହକି ପ୍ରତି କ୍ରେଜ୍ ଦୃଷ୍ଟିରୁ ଟୁର୍ଣ୍ଣାମେଂଟ ବେଳେ ବିପୁଳ ସଂଖ୍ୟାରେ ଲୋକ ଆସିବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ତେଣୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଏଫଆଇଏଚ ଓ ହକି ଇଣ୍ଡିଆ କୋଭିଡ ଗାଇଡଲାଇନ ଓ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ଅନୁମତି ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

Comments are closed.