ମାଣ୍ଡିଆ ପ୍ରୋତ୍ସାହନ : କେନ୍ଦୁଝର ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମିଲେଟ ଶକ୍ତି କାଫେ, କାଲି ଉଦଘାଟନ

କେନ୍ଦୁଝର – ଓଡିଶା ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଲେଟ୍ ଓଡିଶା ଅଭିଯାନ । କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ଏକ୍ସକ୍ଲୁସିଭ ମିଲେଟ୍ ଶକ୍ତି କାଫେ । ମିଶନ ଶକ୍ତି ଓ ମିଲେଟ ଓଡିଶାର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଥିବା ଏହି କାଫେ ଆସନ୍ତାକାଲି ଉଦଘାଟିତ ହେବ । ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ରନ୍ଧା ଖାଦ୍ୟ, ମାଣ୍ଡିଆ ପ୍ୟାକେଟ୍ ଓ ପାନୀୟ ଉପଲବ୍ଧ ହେବ । ଏହି କାଫେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମିଲେଟ ମିଶନ ଜରିଆରେ ଏଭଳି କାଫେ ଦ୍ୱାରା ମହିଳାମାନଙ୍କୁ ଜୀବିକା ସୁଯୋଗ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Comments are closed.