୧୧୪ଟି ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୩ଟି ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ୱର- ୧୧୪ଟି ପୌରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୩ଟି ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସଂପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ରଗୁଡିକରେ ବ୍ୟବହୃତ ସଂରଜାମର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସ୍ୱାକ୍ଷରିତ ହୋଇଛି ବୁଝାମଣାପତ୍ର । ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କଂପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମିଶନ ଶକ୍ତିର ମହିଳା ସ୍ୱଂୟସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଏହି ସବୁ କେନ୍ଦ୍ରଗୁଡିକର ପରିଚାଳନା କରାଯାଉଛି ।

Comments are closed.