ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଲା, ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୧୨ ଓ ସ୍ଥାନୀୟ ଅଂଚଳରୁ ୧୫୩ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭, କଟକରୁ ୩୪, ମୟୂରଭଞ୍ଜରୁ ୨୩, କେନ୍ଦ୍ରାପଡାରୁ ୨୦, ଜଗତସିଂହପୁରରୁ ୧୩, ପୁରୀରୁ ୧୦, ସମ୍ବଲପୁରରୁ ୧୦, ଯାଜପୁରରୁ ୧୦, ସୁନ୍ଦରଗଡରୁ ୮, ଭଦ୍ରକରୁ ୭, ଦେବଗଡରୁ ୬, ଗଞ୍ଜାମରୁ ୫, ଢେଙ୍କାନାଳରୁ ୪, କୋରାପୁଟରୁ ୪, ନୂଆପଡାରୁ ୩, କଳାହାଣ୍ଡିରୁ ୩, ଝାରସୁଗୁଡାରୁ ୩, ବାଲେଶ୍ୱରରୁ ୨, ଅନୁଗୁଳରୁ ୧, ବରଗଡରୁ ୧, ନୟାଗଡରୁ ୧, ମାଲକାନଗିରିରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୦ ହଜାର ୫୯୫ ଜଣ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୨୭ ହଜାର ୬୫୪ ସୁସ୍ଥ ହୋଇସାରିଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର ୫୬୩ ରହିଛି ।

Comments are closed.