ଦୀପାବଳୀରେ ବାଣ ବିକ୍ରି ଓ ଫୁଟାଇବା ନେଇ ଆଜି ଏସଆରସିଙ୍କ ଗାଇଡଲାଇନ ଆସିବା ସମ୍ଭାବନା

ଭୁବନେଶ୍ୱର- ଦୀପାବଳୀରେ ବାଣ ବିକ୍ରି ଓ ଫୁଟାଇବା ନେଇ ଆସି ଏସଆରସିଙ୍କ ଗାଇଡଲାଇନ ଆସିବା ସମ୍ଭାବନା ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସଆରସି ଗାଇଡଲାଇନ ଜାରି କରିପାରନ୍ତି । କୋରୋନା ସଂକ୍ରମଣ ପାଇଁ ଗତମାସ ୩୦ ତାରିଖରେ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଜାରି କରିଥିଲେ । ତେବେ, ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଂଜ କରିଛି ବାଣ ବ୍ୟବସାୟୀ ସଂଘ । ସଂଘର ଆବେଦନର ଶୁଣାଣି କରି ହାଇକୋର୍ଟ ଏସଆରସିଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି । ସୁପ୍ରିମକୋର୍ଟ ଓ ଏନଜିଟିର ଗାଇଡଲାଇନ ଭିତ୍ତିରେ ଗାଇଡଲାଇନ ଜାରି କରିବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋମବାର ସୁଦ୍ଧା ନୂଆ ଗାଇଡଲାଇନ୍ ବାବଦରେ ଜଣାଇବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Comments are closed.