ଠିକାଦାରୀ ଦେବା ନାଁରେ ଲୋକଙ୍କୁ ଠକିଥିବା ଦୁଇ ନକଲି ଆଇଏଏସ ଅଫିସର ଗିରଫ

ଭୁବନେଶ୍ୱର – ନିଜକୁ ଆଇଏଏସ ଅଫିସର କହି ଠକୁଥିବା ଦୁଇ ଠକଙ୍କୁ ଭୁବନେଶ୍ୱର ଓ କଟକରୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା –ଇଓଡବ୍ଲ୍ୟୁ ଦୁଇ ନକଲି ଆଇଏଏସଙ୍କୁ ଗିରଫ କରିଛି । ସେମାନେ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର । ଠିକାଦାରୀ ଦେବା ନାଁରେ ଦୁହେଁ ୧ କୋଟି ୧୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତେବେ ଏହି ନକଲି ଆଇଏଏସ ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।

 

Comments are closed.