ଆଜିଠାରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରରେ ଦର୍ଶନ କରିବେ ପୁରା ବାସିନ୍ଦା

ପୁରୀ- ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀ ସହର ବାସିନ୍ଦା । ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ଦୁଇଟି କିଓସ୍କ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଦିଅଁ ଦର୍ଶନ କରିପାରିବେ । ଭକ୍ତମାନଙ୍କୁ ଦୁଇ ଡୋଜ୍ କୋଭିଟ ଟିକାର ସାର୍ଟିଫିକେଟ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ପଶ୍ଚିମଦ୍ୱାର ଦେଇ ପ୍ରବେଶ ଅନୁମତି ଦେବାକୁ ପୁରୀ ବାସିନ୍ଦା ବହୁ ଦିନ ଧରି ଦାବି କରିଆସୁଥିଲେ । ଏ ନେଇ ଗତମାସ ୨୭ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା ।

Comments are closed.