ନିମ୍ନମାନର ଓ ବାସୀଖାଦ୍ୟ ଦେବା ଅଭିଯୋଗରେ କଟକ ବାଦାମବାଡି କେଏଫସିରେ ଚଢାଉ

କଟକ- ନିମ୍ନମାନର ଓ ବାସୀ ଖାଦ୍ୟ ଦେବା ଅଭିଯୋଗରେ କଟକ ବାଦାମବାଡି କେଏଫସିରେ ଚଢାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ଖାଦ୍ୟ ସୁରକ୍ଷା ଟିମ କେଫଏସିରେ ଚଢାଉ କରି କିଛି ନିମ୍ନମାନର ଖାଦ୍ୟ ଜବତ କରିଛି । ପରୀକ୍ଷା ପାଇଁ ଜବତ ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ୩୦ କିଲୋ ଚିକେନ ପ୍ରସ୍ତୁତ ଖାଦ୍ୟ ଓ କଂଚା ଚିକେନ ନଷ୍ଟ କରିଦିଆଯାଇଛି । ଟ୍ରେଡ୍ ଲାଇସେନ୍ସ ଦେଖାଇବାକୁ ବାଦାମବାଡି କେଏଫସକୁ ନୋଟିସ କରାଯାଇଛି । ଅନେକ ଚିକେନରେ ଫିମ୍ପି ମାଡିଯାଇଥିବା ନଗର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର କହିଛନ୍ତି ।

Comments are closed.