ରାଜ୍ୟରେ ଆଉ ୩୨୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ହିଁ ସ୍ଥିର ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୩୨୨ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୮୭ ଓ ସ୍ଥାନୀୟ ଅଂଚଳରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୨ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯ ଓ କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୩, ସମ୍ବଲପୁରରୁ ୧୦, ଜଗତସିଂହପୁରରୁ ୯, କେନ୍ଦ୍ରାପଡାରୁ ୮, ସୁନ୍ଦରଗଡରୁ ୮, ଭଦ୍ରକରୁ ୭, ବାଲେଶ୍ୱରରୁ ୬, ପୁରୀରୁ ୫, ନୟାଗଡରୁ ୪, ଢେଙ୍କାନାଳରୁ ୩, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩, ନୂଆପଡାରୁ ୩, ଅନୁଗୁଳରୁ ୨, ଗଜପତିରୁ ୨, କଳାହାଣ୍ଡିରୁ ୨, ବରଗଡରୁ ୧, ବୌଦ୍ଧରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ରାୟଗଡାରୁ ୧, ସୋନପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୩୯ ମାମଲା ଆସିଛି ।
ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୨ ହଜାର ୪୨୨ ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୦ ହଜାର ୨୬ । ଚିିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାରକୁ ଖସିଛି ।

Comments are closed.