ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି ଟଳିନି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ୟୁରୋପୀୟ ଦେଶରେ ସଂକ୍ରମଣ ବଢିବା ସଂପର୍କରେ ପ୍ରତିକ୍ରିୟା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ୟୁରୋପ ଓ ଚୀନରେ ଯେଉଁ ଲହର ଦେଖାଦେଇଛି, ତାହା ହେଉଛି ଡେଲଡା ଭାରିଏଂଟ୍ । ଆମେ ଦ୍ୱିତୀୟ ଲହରରେ ଏହି ଡେଲଟା ଭେରିଏଂଟକୁ ସାମନା କରିସାରିଛେ । ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ଟିକାକରଣ ଜାରି ରହିଛି । ରୋଗ ପ୍ରତିରୋଧକ ଶକ୍ତି ବଢୁଛି । ତେବେ, ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି ଟଳିନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆତଙ୍କିତ ନ ହୋଇ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି ।

Comments are closed.