କୁବେର ଅଧିକାରୀଙ୍କ ଆୟ ବହିର୍ଭୂତ ଅଚଳାଅଚଳ ସଂପତ୍ତି, କେଉଁଠି ଆପାର୍ଟମେଂଟ ତ ଆଉ କେଉଁଠି ବଡ କୋଠା, ନଗଦ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର – ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ତାଙ୍କର ଅଚଳାଅଚଳ ଆୟ ବହିର୍ଭୂତ ସଂପତ୍ତିର ଠାବ ହୋଇଛି । ପ୍ରତାପଙ୍କ ଭୁବନେଶ୍ୱରର ନୟାପଲ୍ଲୀ ଘରର ଛାତ ଉପରୁ ଓ ପେଟି ଭିତରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ସମେତ ୧୧ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଅଧିକାରୀ ଜଣକ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ପାଖ ଛାତକୁ ଫୋପାଡି ଦେଇଥିଲେ । ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ସେହି ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ପ୍ରତାପ ସାମଲଙ୍କ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତ କେଉଁଠି ଆପାର୍ଟମେଂଟ ରହିଛି । ବିଭିନ୍ନ ଜାଗାରେ ବିଲଡିଂ ବି ରହିିଛି . କେବଳ ଭୁବନେଶ୍ୱରର ୪ଟି ଜାଗାରେ ରହିଛି ୪ଟି ବଡ ବଡ କୋଠା ।

Comments are closed.