ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି, ମତଦାନ ସମୟ ଘଣ୍ଟାଏ ବଢିଲା

ଭୁବନେଶ୍ୱର- ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଏଣିକି ୫ ଘଣ୍ଟା ବଦଳରେ ୬ ଘଣ୍ଟା ହେବ । ଅର୍ଥାତ ସକାଳ ୭ରୁ ଦିନ ୧୨ ପରିବର୍ତ୍ତେ ଦିନ ଗୋଟାଏ ଯାଏଁ ହେବ ଭୋଟ ଗ୍ରହଣ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟ ବୃଦ୍ଧି କରିଛନ୍ତି କମିଶନ । ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିର୍ବାଚନରେ ୨ ଲକ୍ଷ ଟଙ୍କା ପରିବର୍ତ୍ତେ ସର୍ବାଧିକ ୫ ଲକ୍ଷ ଟଙ୍କା ଓ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀମାନେ ୮୦ ହଜାର ବଦଳରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଗତ ୬ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଭିନ୍ ପ୍ରସ୍ତାବକୁ ବିଚାର କରି ଏସବୁ ନିଷ୍ପତ୍ତି ନିଆଯାଇଛି । ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚର ହିସାବ ଜଣେ କ୍ଷମତାସଂପନ୍ନ ଅଧିକାରୀ ରଖିବେ । ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଅଧିକ ଗାଡିମୋଟର ବ୍ୟବହାର କରିପାରିବେ ।

Comments are closed.